ମଧୁମେହ ବା ଡାଏବେଟିସ୍ ଅର୍ଥ ହେଉଛି ଆପଣଙ୍କ ରକ୍ତରେ ବହୁ ପରିମାଣରେ ଶର୍କରା ରହିଛି । ଯେତେବେଳେ ଆପଣଙ୍କ ଶରୀର ଇନସୁଲିନ ନାମକ ଏକ ରାସାୟନିକ ପଦାର୍ଥ, କିମ୍ବା ହର୍ମୋନ୍ ଯଥେଷ୍ଟ ମାତ୍ରାରେ ତିଆରି କରିନଥାଏ ସେତେବେଳେ ଉଚ୍ଚ ରକ୍ତ ଶର୍କରା ସମସ୍ୟା ଆରମ୍ଭ ହୋଇଥାଏ ।
ଆପଣଙ୍କ ଶରୀର ଆପଣ ଖାଉଥିବା ଅଧିକାଂଶ ଖାଦ୍ୟକୁ ଗ୍ଲୁକୋଜ୍ ନାମକ ଏକ ପ୍ରକାରର ଶର୍କରାକୁ ବଦଳାଇଥାଏ ।
ଏହି ଶର୍କରା ଆପଣଙ୍କ ଶରୀରରେ ଥିବା ସମସ୍ତ କୋଷକୁ ରକ୍ତ ମାଧ୍ୟମରେ ଗତି କରିଥାଏ । ଆପଣଙ୍କୁ ଶକ୍ତି ଦେବା ପାଇଁ ଆପଣଙ୍କ ଶରୀରର କୋଷଗୁଡିକ ଶର୍କରା ଆବଶ୍ୟକ କରିଥାଏ ।
ଇନସୁଲିନ ଶର୍କରାକୁ ଆପଣଙ୍କ ରକ୍ତରୁ କୋଷଗୁଡିକୁ ସ୍ଥାନାନ୍ତର କରିବାରେ ସହାୟତା କରିଥାଏ । ଇନସୁଲିନ ବିନା, ଆପଣଙ୍କ କୋଷଗୁଡିକ ଆପଣଙ୍କୁ ଶକ୍ତିସମ୍ପନ୍ନ ରଖିବା ପାଇଁ ଆବଶ୍ୟକ କରୁଥିବା ଶର୍କରା ପାଇପାରିବ ନାହିଁ ।
ଆପଣଙ୍କ ରକ୍ତରୁ ଆପଣଙ୍କ ଶରୀରର କୋଷଗୁଡିକୁ ଶର୍କରା ସ୍ଥାନାନ୍ତର କରିବା ଦ୍ୱାରା, ଇନସୁଲିନ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ସାଧାରଣ ରଖିବାରେ ସହାୟତା କରିଥାଏ (ବହୁତ ଅଧିକ ନୁହେଁ; ବହୁତ କମ୍ ନୁହେଁ) ।
ଯେତେବେଳେ ଆପଣଙ୍କର ଉଚ୍ଚ ରକ୍ତ ଶର୍କରା ସ୍ତରକୁ କମ୍ କରିବା ପାଇଁ ଯଥେଷ୍ଟ ଇନସୁଲିନ ନଥାଏ ଏହାର ଅର୍ଥ ହେଉଛି ଆପଣ ଡାଏବେଟିସରେ ପୀଡିତ ଅଛନ୍ତି ।
ଉଚ୍ଚ ରକ୍ତ ଶର୍କରା ସ୍ତର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ସୃଷ୍ଟି କରିପାରେ
ଡାଏବେଟିସ୍କୁ ଚିକିତ୍ସା କରାଯାଇପାରିବ, ଏବଂ ଚିକିତ୍ସା କରାଯିବା ଉଚିତ୍ ।
ଆପଣଙ୍କ ଶରୀର ଆଦୌ ଇନସୁଲିନ ତିଆରି କରେନାହିଁ
ଆପଣଙ୍କ ଶରୀର ଯଥେଷ୍ଟ ଇନସୁଲିନ ତିଆରି କରୁନାହିଁ, କିମ୍ବା ଆପଣଙ୍କ ଶରୀର ତିଆରି କରୁଥିବା ଇନସୁଲିନ ସଠିକ ରୂପେ କାମ କରୁନାହିଁ
ଆପଣଙ୍କ ରକ୍ତରୁ କୋଷଗୁଡିକୁ ଶର୍କରା ସ୍ଥାନାନ୍ତର କରିବା ପାଇଁ ଆପଣଙ୍କର ଯଥେଷ୍ଟ ଇନସୁଲିନ ନଥିବାରୁ ରକ୍ତ ଶର୍କରା ସ୍ତର ଉଚ୍ଚ ରହିଥାଏ ।
ଟାଇପ୍ 2 ଡାଏବେଟିସରେ, ଶରୀର ଇନସୁଲିନ୍ ତିଆରି କରିପାରେ, କିନ୍ତୁ ଯଥେଷ୍ଟ ନୁହେଁ ।
କିମ୍ବା ଶରୀର ତିଆରି କରୁଥିବା ଇନସୁଲିନ ସଠିକ ରୂପେ କାର୍ଯ୍ୟ କରେନାହିଁ
ଟାଇପ୍ 2 ଡାଏବେଟିସ୍ ବହୁ ସମୟରେ ପ୍ରାପ୍ତ ବୟସ୍କଙ୍କ ଠାରେ ଆରମ୍ଭ ହୋଇଥାଏ, କିନ୍ତୁ ପିଲାଙ୍କ ଠାରେ ମଧ୍ୟ ହୋଇପାରେ ।
ଏହା ଅତ୍ୟଧିକ ଓଜନ ବିଶିଷ୍ଟ ଲୋକଙ୍କ ଠାରେ ଅଧିକ ସାଧାରଣ ଅଟେ କିମ୍ବା ଯଦି ପରିବାରରେ କାହାର ଡାଏବେଟିସ୍ ରହିଥାଏ ।
ଟାଇପ୍ 2 ଡାଏବେଟିସ୍ ସହ ଅନେକ ବିପଦ ଆଶଙ୍କା ଜଡିତ ରହିଛି ଏବଂ ଅନ୍ତର୍ଭୁକ୍ତ କରିଥାଏ:
ଯଦି ଆପଣ ତମାଖୁ କିମ୍ବା ଆଲକହଲ ସେବନ କରୁଥାନ୍ତି ।
ଯେତେବେଳେ ଆପଣଙ୍କର ଡାଏବେଟିସ୍ ରହିଥାଏ, ଅତିରିକ୍ତ ଶର୍କରା (ଗ୍ଲୁକୋଜ୍) ଆପଣଙ୍କ ରକ୍ତରେ ଗଠିତ ହୋଇଥାଏ ।
ଅତିରିକ୍ତ ଶର୍କରାକୁ ପରିଶୋଧନ ଏବଂ ଅବଶୋଷଣ କରିବାକୁ ଆପଣଙ୍କ ବୃକକ୍ ଅତିରିକ୍ତ ସମୟ କାମ କରିବାକୁ ବାଧ୍ୟ ହୋଇଥାଏ ଯାହାକି ବର୍ଦ୍ଧିତ ମୂତ୍ରତ୍ୟାଗର କାରଣ ହୋଇଥାଏ ।
ଯେତେବେଳେ ଆପଣ ବାରମ୍ବାର ପରିସ୍ରାରେ ଶର୍କରା ହରାଇଥାନ୍ତି, ଆପଣ ମଧ୍ୟ କ୍ୟାଲୋରୀ ହରାଇଥାନ୍ତି ।
ସେହି ସମୟରେ, ଡାଏବେଟିସ୍ ଆପଣଙ୍କ ଖାଦ୍ୟରୁ ଶର୍କରାକୁ ଆପଣଙ୍କ କୋଷଗୁଡିକ ନିକଟରେ ପହଞ୍ଚିବା ଠାରୁ ଦୂରେଇ ରଖିଥାଏ — ଫଳରେ ଅବିରତ ଭୋକ ଲାଗିଥାଏ ।
ମିଳିତ ପ୍ରଭାବ ଯୋଗୁଁ ଦ୍ରୁତ ଓଜନ ହାନି ହୋଇଥାଏ ।
ଅତ୍ୟଧିକ ଶୋଷ (ମଧ୍ୟ ପଲିଡିପସିଆ କୁହାଯାଏ) ଯାହାକି କ୍ଲାସିକ୍ ଡାଏବେଟିସ୍ ଲକ୍ଷଣ ଅଟେ ।
ଯେତେବେଳେ ଆପଣଙ୍କର ଡାଏବେଟିସ୍ ରହିଥାଏ, ଅତ୍ୟଧିକ ଶର୍କରା (ଗ୍ଲୁକୋଜ୍) ଆପଣଙ୍କ ରକ୍ତରେ ଗଠିତ ହୋଇଥାଏ ।
ଅତିରିକ୍ତ ଶର୍କରାକୁ ପରିଶୋଧନ ଏବଂ ଅବଶୋଷଣ କରିବାକୁ ଆପଣଙ୍କ ବୃକକ୍ ଅତିରିକ୍ତ ସମୟ କାମ କରିବାକୁ ବାଧ୍ୟ ହୋଇଥାଏ ।
ଯଦି ଆପଣଙ୍କ ବୃକକ୍ ଜାରି ରଖିପାରେ ନାହିଁ, ଅତିରିକ୍ତ ଶର୍କରା ମୂତ୍ରରେ ନିର୍ଗତ ହୋଇଥାଏ, ଏହା ସହିତ ଆପଣଙ୍କ ତନ୍ତୁରୁ ତରଳ ପଦାର୍ଥ ସାଙ୍ଗରେ ଟାଣି ନେଇଥାଏ ।
ଏହା ଯୋଗୁଁ ଅଧିକ ବାରମ୍ବାର ପରିସ୍ରା ହୋଇଥାଏ, ଯାହାକି ଆପଣଙ୍କୁ ନିର୍ଜଳ କରିଥାଏ ।
ଯେହେତୁ ଆପଣ ନିଜର ଶୋଷ ମେଣ୍ଟାଇବା ପାଇଁ ଅଧିକ ତରଳ ପଦାର୍ଥ ପିଇଥାନ୍ତି, ଆପଣ ଆହୁରି ଅଧିକ ପରିସ୍ରା କରିବେ ।
ଆପଣ କ୍ଲାନ୍ତ ହେବା ପରି ଅନୁଭବ କରିପାରନ୍ତି । ଏହାର ଅନେକ କାରଣ ରହିଥାଇପାରେ ।
ସେଗୁଡିକ ଅନ୍ତର୍ଭୁକ୍ତ କରିଥାଏ ବର୍ଦ୍ଧିତ ମୂତ୍ରତ୍ୟାଗରୁ ନିର୍ଜଳୀକରଣ ଏବଂ ଆପଣଙ୍କ ଶରୀର ଉପଯୁକ୍ତ ରୂପେ କାର୍ଯ୍ୟ କରିବାକୁ ଅକ୍ଷମ ହେବା ଯେହେତୁ ଏହା ଶକ୍ତି ଆବଶ୍ୟକତାଗୁଡିକ ପାଇଁ ଶର୍କରା ବ୍ୟବହାର କରିବାକୁ କମ୍ ସମର୍ଥ ହୋଇଥାଏ ।
ଦୀର୍ଘ ସମୟ ଧରି ଉଚ୍ଚ ଶର୍କରା ସ୍ତର ସ୍ନାୟୁଗୁଡିକୁ ପ୍ରଭାବିତ କରିପାରେ ଏବଂ ନିମ୍ନ ମାନର ରକ୍ତ ସଞ୍ଚାଳନର କାରଣ ହୋଇପାରେ, ଫଳରେ ଚର୍ମ ମରାମତି ପାଇଁ ଘା ଓ ଖଣ୍ଡିଆ ଦ୍ୱାରା ପ୍ରଭାବିତ ଶରୀରର କ୍ଷେତ୍ରଗୁଡିକୁ ଆବଶ୍ୟକ ହେଉଥିବା ରକ୍ତ ପହଞ୍ଚିବା କଷ୍ଟକର ହୋଇଥାଏ
ଏହା ଯୋଗୁଁ ଘା ଖୋଲା ରହିବା ସହିତ ମାସମାସ ଧରି ଶୁଖି ନଥାଏ, ଫଳରେ ନିମ୍ନଲିଖିତ ବିପଦ ଆଶଙ୍କା ବଢିଥାଏ:
ଡାଏବେଟିସ୍ ଲକ୍ଷଣଗୁଡିକ ବେଳେବେଳେ ଆପଣଙ୍କ ଦୃଷ୍ଟିଶକ୍ତିକୁଜ ଜଡିତ କରିଥାଏ ।
ଉଚ୍ଚ ମାତ୍ରାରେ ରକ୍ତ ଶର୍କରା ଆପଣଙ୍କ ତନ୍ତୁଗୁଡିକରୁ ତରଳ ପଦାର୍ଥକୁ ଟାଣି ଥାଏ, ଯଥା ଆପଣଙ୍କ ଆଖିର ଲେନ୍ସଗୁଡିକ ।
ଏହା ଧ୍ୟାନ ଦେବା ବା ଫୋକସ୍ କରିବାର ଆପଣଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିଥାଏ ।
ଆପଣଙ୍କ ରକ୍ତରେ ଅତିରିକ୍ତ ଶର୍କରା ସ୍ନାୟୁ ନଷ୍ଟ ହେବାର କାରଣ ହୋଇପାରେ ।
ଆପଣ ନିଜର ହାତ ଓ ପାଦରେ ଝିମଝିମ ହେବା ଏବଂ ଇନ୍ଦ୍ରିୟାନୁଭୂତି ନଷ୍ଟ ହେବା, ତଥା ଆପଣଙ୍କ ବାହୁତ, ହାତ, ଗୋଡ ଓ ପାଦରେ ଜ୍ୱଳନ ଲକ୍ଷ୍ୟ କରିପାରନ୍ତି ।
75 ଶତକଡା ମହିଳା ସେମାନଙ୍କ ଜୀବନକାଳରେ ଅତିକମରେ ଗୋଟିଏ ଯୋନି ସମ୍ବନ୍ଧୀୟ ସଂକ୍ରମଣ ଭୋଗିଥାନ୍ତି ।
ଉଚ୍ଚ ରକ୍ତ ଶର୍କରା ଏବଂ ଯୋନି ସମ୍ବନ୍ଧୀୟ ସଂକ୍ରମଣ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ରହିଛି ।
ଅନେକ ବିଷୟ ଆପଣଙ୍କ ସଂକ୍ରମଣ ବିପଦ ଆଶଙ୍କାକୁ ବଢାଇପାରେ, ଯଥା ଡାଏବେଟିସ୍ ପରି ଅବସ୍ଥାଗୁଡିକ ।
ଏହା ଆକଳନ କରାଯାଇଛି ଡାଏବେଟିସରେ ପୀଡିତ ପ୍ରାୟ 35% ରୁ 75% ପୁରୁଷ ସେମାନଙ୍କ ଜୀବନକାଳରେ ଅତିକମରେ କିଛି ମାତ୍ରାରେ ଯୌନ ଅକ୍ଷମତା କିମ୍ବା ନଂପୁସକତା ଭୋଗିଥାନ୍ତି ।
ଅନିୟନ୍ତ୍ରିତ ଡାଏବେଟିସ୍ ଅନେକ ସ୍ୱଳ୍ପ ଏବଂ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟାଗୁଡିକ, ଯଥା ହୃଦରୋଗ, ସ୍ନାୟୁ ନଷ୍ଟ, ଅଙ୍ଗଚ୍ଛେଦ, ଏବଂ ଦୃଷ୍ଟିଶକ୍ତିରେ ସମସ୍ୟାଗୁଡିକର କାରଣ ହୋଇପାରେ ।
ଡାଏବେଟିସ୍ ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷାରେ 3 ରୁ 4 ଗୁଣା ହୃଦରୋଗ କିମ୍ବା ଷ୍ଟ୍ରୋକ୍ର ବିପଦ ଆଶଙ୍କା ବଢାଇଥାଏ । ଏହା ଛାତି ଯନ୍ତ୍ରଣା (ଆଞ୍ଜିନା), ହୃଦ୍ଘାତ, ଷ୍ଟ୍ରୋକ୍ ଏବଂ ଧମନୀଗୁଡିକ ସଙ୍କୀର୍ଣ୍ଣ ହେବା (ଆଥେରୋସ୍କ୍ଲେରୋସିସ୍) ସହିତ ହୃତ୍ପିଣ୍ଡ ସଂକ୍ରାନ୍ତ ଧମନୀ ବା କରୋନାରୀ ଆର୍ଟେରୀ ରୋଗ ଅନ୍ତର୍ଭୁକ୍ତ କରିଥାଏ ।
ଅତ୍ୟଧିକ ଚିନି ବା ଶର୍କରା ଛୋଟ ରକ୍ତ ଶିରାଗୁଡିକ(କ୍ୟାପିଲାରି)ର କାନ୍ଥଗୁଡିକୁ କ୍ଷତି କରିପାରେ ଯାହା ଆପଣଙ୍କ ସ୍ନାୟୁକୁ ପ୍ରତିପାଳନ କରିଥାଏ, ବିଶେଷକରି ଗୋଡରେ ଥିବା ସ୍ନାୟୁଗୁଡିକ । ଏହା ଝିମଝିମ ଲାଗିବା, କାଲୁଆପଣ, ଜ୍ୱଳନ କିମ୍ବା ଯନ୍ତ୍ରଣାର କାରଣ ହୋଇପାରେ ଯାହା ପାଦ ଆଙ୍ଗୁଠି କିମ୍ବା ହାତ ଆଙ୍ଗୁଠିର ଅଗ୍ରଭାଗରୁ ଆରମ୍ଭ ହୋଇଥାଏ ଏବଂ ଧିରେ ଧିରେ ଉପର ଆଡକୁ ବିସ୍ତାରିତ ହୋଇଥାଏ ।
ଯଦି ଏହାକୁ ଚିକିତ୍ସା ନକରି ଛାଡି ଦିଆଯାଏ, ଆପଣ ପ୍ରଭାବିତ ହାତ ଓ ପାଦରେ ସ୍ନାୟୁ ଇନ୍ଦ୍ରିୟାନୁଭୂତି ବା ଉତ୍ତେଜନା ହରାଇପାରନ୍ତି । ହଜମ ପ୍ରକ୍ରିୟା ସହ ଜଡିତ ସ୍ନାୟୁଗୁଡିକ ନଷ୍ଟ ହେବା ଯୋଗୁଁ ଓକାର, ବାନ୍ତି, ଡାଏରିଆ କିମ୍ବା କୋଷ୍ଠାକାଠିନ୍ୟ ସମସ୍ୟା ଘଟାଇପାରେ । ଏହା ମଧ୍ୟ ପୁରୁଷଙ୍କ ଠାରେ ଯୌନାଙ୍ଗ ଅକ୍ଷମତା ବା ଇରେକ୍ଟାଇଲ୍ ଡିସଫଙ୍କସନ୍ର କାରଣ ହୋଇପାରେ ।
ବୃକକ୍ ନିୟୁତ ସଂଖ୍ୟାରେ ଛୋଟ ରକ୍ତ ଶିରା ଗୁଚ୍ଛ (ଗ୍ଲୁମେରୁଲି) ଧାରଣ କରିଥାଏ ଯାହା ଆପଣଙ୍କ ରକ୍ତରୁ ଆବର୍ଜନା ପରିଶୋଧନ କରିଥାଏ । ଡାଏବେଟିସ୍ ଏହି ସୂକ୍ଷ୍ମ ପରିସୋଧନକାରୀ ପ୍ରଣାଳୀ
ବୃକକ୍ ନିୟୁତ ସଂଖ୍ୟାରେ ଛୋଟ ରକ୍ତ ଶିରା ଗୁଚ୍ଛ (ଗ୍ଲୁମେରୁଲି) ଧାରଣ କରିଥାଏ ଯାହା ଆପଣଙ୍କ ରକ୍ତରୁ ଆବର୍ଜନା ପରିଶୋଧନ କରିଥାଏ । ଡାଏବେଟିସ୍ ଏହି ସୂକ୍ଷ୍ମ ପରିସୋଧନକାରୀ ପ୍ରଣାଳୀ ବା ଫିଲ୍ଟରିଂ ସିଷ୍ଟମ୍କୁ ନଷ୍ଟ କରିପାରେ । ଗୁରୁତର ଭାବେ ନଷ୍ଟ ହେବା ବୃକକ୍ ବିଫଳତା କିମ୍ବା ଓଲଟୁନଥିବା ଶେଷ-ପର୍ଯ୍ୟାୟ ବୃକକ୍ ରୋଗର କାରଣ ହୋଇପାରେ, ଯାହାକି ଡାଏଲିସିସ୍ କିମ୍ବା ଏକ ବୃକକ୍ ପ୍ରତିରୋପଣ ଆବଶ୍ୟକ କରିପାରେ ।
ଡାଏବେଟିସ୍ ଦୃଷ୍ଟିପଟଳ ବା ରେଟିନାର ରକ୍ତ ଶିରାଗୁଡିକୁ ନଷ୍ଟ କରିପାରେ (ଡାଏବେଟିକ୍ ରେଟିନୋପାଥି), ସମ୍ଭବତଃ ଦୃଷ୍ଟିହୀନତାର କାରଣ ହୋଇଥାଏ । ଡାଏବେଟିସ୍ ମଧ୍ୟ ଅନ୍ୟ ଗୁରୁତର ଦୃଷ୍ଟିଶକ୍ତି ଅବସ୍ଥାଗୁଡିକ, ଯଥା କାଟାରାକ୍ଟ ଏବଂ ଗ୍ଲାଉକୋମାର ବିପଦ ଆଶଙ୍କା ବଢାଇଥାଏ ।
ପାଦରେ ସ୍ନାୟୁ ନଷ୍ଟ ହେବା କିମ୍ବା ପାଦକୁ ନିମ୍ନ ମାନର ରକ୍ତ ପ୍ରବାହ ବିଭିନ୍ନ ପାଦ ଜଟିଳତାଗୁଡିକର ବିପଦ ଆଶଙ୍କାକୁ ବଢାଇଥାଏ । ଯଦି ଚିକିତ୍ସା ନକରି ଛାଡି ଦିଆଯାଏ, କଟା କ୍ଷତ ଏବଂ ଫୋଟକାଗୁଡିକ ଗୁରୁତର ସଂକ୍ରମଣର କାରଣ ହୋଇପାରେ, ଯହାକି ବହୁ ସମୟରେ ଭଲ ରୂପେ ଆରୋଗ୍ୟ ହୋଇନଥାଏ । ଏହି ସଂକ୍ରମଣଗୁଡିକ ପରିଶେଷରେ ସଂକ୍ରମିତ କ୍ଷେତ୍ରର ଅଙ୍ଗଚ୍ଛେଦ ଆବଶ୍ୟକ କରିପାରେ । ଡାଏବେଟିସ୍ ହେଉଛି ଅଙ୍ଗଚ୍ଛେଦର ସର୍ବାଧିକ ସାଧାରଣ କାରଣ ଅଟେ ।
ଡାଏବେଟିସ୍ ଫଳରେ ଆପଣ ଚର୍ମ ସମସ୍ୟାଗୁଡିକ ଯଥା ଜୀବାଣୁ ଜନିତ ଏବଂ ଛତୁ ସମ୍ବନ୍ଧୀୟ ସଂକ୍ରମଣଗୁଡିକୁ ଅଧିକ ଦୁର୍ବଳ କରିପାରେ ।
ମଧୁମେହ ବା ଡାଏବେଟିସ୍ ଔଷଧ ବଟିକାଗୁଡିକ ରକ୍ତ ଶର୍କରାକୁ କମ୍ କରିବା ସହିତ ପରବର୍ତ୍ତୀ ଜଟିଳତାଗୁଡିକୁ କମାଇବାରେ ସହାୟତା କରିଥାଏ ।
ବିଭିନ୍ନ ପ୍ରକାରର ଡାଏବେଟିସ୍ ଔଷଧ ବଟିକା କିମ୍ବା ବଟିକା ରହିଛି । ସେଗୁଡିକ ମଧ୍ୟରୁ ଅନେକ ବିଭିନ୍ନ ଉପାୟରେ କାମ କରିଥାଏ ।
କିଛି ରୋଗୀ ଏକାଧିକ ଡାଏବେଟିସ୍ ଔଷଧ ବଟିକା ନେବା ଆବଶ୍ୟକ କରିଥାନ୍ତି ।
ଆପଣ ନିଜର ଖାଦ୍ୟ ଓ ବ୍ୟାୟାମ ରୁଟିନ୍ ଉପଯୁକ୍ତ ଭାବେ ଅନୁସରଣ କରିବା ବେଳେ ଡାଏବେଟିସ୍ ଔଷଧ ବଟିକା ସବୁଠାରୁ ଭଲ କାମ କରିଥାଏ ।
ଆପଣ କଣ କରିବା ଉଚିତ୍:
ଆପଣ କଣ କରିବା ଉଚିତ୍ ନୁହେଁ:
ବେଳେବେଳେ ବ୍ୟକ୍ତିଙ୍କର ଅବସ୍ଥା ଉପରେ ନିର୍ଭର କରି, ଡାଏବେଟିସ୍ର ଜଟିଳତାଗୁଡିକୁ ନିୟନ୍ତ୍ରଣ କିମ୍ବା ପ୍ରତିରୋଧ କରିବା ପାଇଁ ଜଣେ ଅଉ କିଛି ଔଷଧ ଆବଶ୍ୟକ କରିପାରନ୍ତି:
ଏହା ଆପଣଙ୍କ ଶରୀରର ଇନସୁଲିନ୍ର କାର୍ଯ୍ୟକଳାପକୁ ବଢାଇଥାଏ, ଯକୃତ ବା ଲିଭର୍ ଉପରେ କାର୍ଯ୍ୟ କରିଥାଏ ଏବଂ ଏହା ଗ୍ଲୁକୋଜ୍କୁ ବ୍ୟବହାର କରିବାରେ ଶରୀରକୁ ସହାୟତା କରିଥାଏ
କିଛି ଓଜନ ହରାଇବା ପାଇଁ ଆପଣଙ୍କୁ ସହାୟତା କରିପାରେ
ପ୍ରାରମ୍ଭିକ ଭାବେ, ଏହା ପେଟରେ ଗୋଳମାଳ ଏବଂ ଡାଏରିଆର କାରଣ ହୋଇଥାଏ କିନ୍ତୁ 1 ସପ୍ତାହ ପରେ ଭଲ ହୋଇଯାଏ, ଖାଦ୍ୟ ସହିତ ଗ୍ରହଣ କରିବା ସାହାଯ୍ୟ କରିପାରେ ।
ବେଳେବେଳେ ଆପଣ ଶୌଚାଳୟରେ ଏହାର ଖାଲି ଖୋଳ ଦେଖିପାରନ୍ତି
ଆପଣଙ୍କ ଗ୍ଲୁକୋଜ୍ ସ୍ତର ଉପରେ ନିର୍ଭର କରି ପାନକ୍ରିୟାଜ୍ ଠାରୁ ଇନସୁଲିନ୍ କ୍ଷରଣ ସ୍ତରକୁ ବୃଦ୍ଧି କରିବାରେ ସହାୟତା କରିଥାଏ
ହାଇପୋଗ୍ଲାଇସେମିଆର କାରଣ ହୋଇନଥାଏ ଏବଂ ଏହା ସବୁଠାରୁ ନିରାପଦ ଔଷଧ
ଅଧିକ ଇନସୁଲିନ୍ ତିଆରି କରିବା ପାଇଁ ପାନକ୍ରିୟାଜରେ ଥିବା ବିଟା କୋଷ ବା ସେଲ୍କୁ ସହାୟତା କରିଥାଏ
ବେଳେବେଳେ ଏହା ନିମ୍ନ ରକ୍ତ ଶର୍କରା କିମ୍ବା ହାଇପୋଗ୍ଲାଇସେମିଆର କାରଣ ହୋଇପାରେ
ସେଗୁଡିକୁ ଇନସୁଲିନ୍ ପରି ଚର୍ମ ତଳେ ଗ୍ରହଣ କରାଯାଇଥାଏ ଏବଂ ରକ୍ତ ଶର୍କରା ସ୍ତର ଉପରେ ନିର୍ଭର କରି ପାନକ୍ରିୟାଜ୍ ଠାରୁ ଇନସୁଲିନ୍ କ୍ଷରଣର ସ୍ତର ଠାରୁ ଇନସୁଲିନ୍ କ୍ଷରଣର ସ୍ତର ବୃଦ୍ଧି କରିବାରେ ଏହା ସହାୟତା କରିଥାଏ
ଏହା ଶରୀର ଓଜନକୁ କମ୍ କରିବାରେ ସହାୟତା କରିଥାଏ
ଏହା ହାଇପୋଗ୍ଲାଇସେମିଆର କାରଣ ହୋଇଥାଏ କିନ୍ତୁ ବେଳେବେଳେ ଆପଣ ଓକାର ଅନୁଭବ କରିପାରନ୍ତି
ଏହା ଶରୀର ଦ୍ୱାରା ଗ୍ଲୁକୋଜ୍ ଗ୍ରହଣକୁ ବୃଦ୍ଧି କରିବାରେ ସହାୟତା କରିଥାଏ, ବିଶେଷକରି ଆପଣଙ୍କ ମାଂସପେଶୀରେ
ବେଳେବେଳେ ଏହା ଅଧିକ ବୃଦ୍ଧି କିମ୍ବା ଫୁଲାର କାରଣ ହୋଇପାରେ
ଏଗୁଡିକ ଅଳ୍ପ ସମୟରେ କାମ କରୁଥିବା ଔଷଧ ଏବଂ ଏହା ପାନକ୍ରିୟାଜ୍ ଦ୍ୱାରା ଇନସୁଲିନ୍ କ୍ଷରଣ କ୍ଷେତ୍ରରେ ସହାୟତା କରିଥାଏ
ଏହି ଔଷଧଗୁଡିକ କେବଳ ଭୋଜନ ସହିତ ଗ୍ରହଣ କରାଯିବା ଉଚିତ୍
ବେଳେବେଳେ ଏହା ହାଇପୋଗ୍ଲାଇସେମିଆର କାରଣ ହୋଇପାରେ କିନ୍ତୁ ସଲଫୋନିଲୁରିୟସ୍ ତୁଳନାରେ ସମ୍ଭାବନା କମ୍ ହୋଇଥାଏ
ଏହି ବଟିକାଗୁଡିକ ଆପଣ ଖାଇବା ପରେ ଅନ୍ତ୍ରନଳୀରୁ ଶ୍ୱେତସାରର ଅବଶୋଷଣକୁ କମ୍ କରିଥାଏ
ଏହାକୁ ଭୋଜନ ସହିତ ଗ୍ରହଣ କରାଯିବା ଦରକାର, ଯେହେତୁ ଏହା ଖାଦ୍ୟ ଉପରେ ସିଧାସଳଖ ଭାବେ କାମ କରିଥାଏ । ଯଦି ଆପଣ ଭୋଜନ ପରିହାର କରୁଛନ୍ତି ତେବେ ଏହା ଗ୍ରହଣ କରନ୍ତୁ ନାହିଁ
ପ୍ରାରମ୍ଭିକ ଭାବେ, ଏହା କିଛି ଜଠର ପ୍ରଦାହର କାରଣ ହୋଇପାରେ, ଯାହାକି ସମୟ ସହିତ ଚାଲି ଯାଇଥାଏ
ପରିସ୍ରା ମଧ୍ୟମରେ ଶରୀରରୁ ଗ୍ଲୁକୋଜ୍କୁ ବାହାର କରିବା ଦ୍ୱାରା ସେଗୁଡିକ ବୃକକ୍ ବା କିଡନୀ ଉପରେ କାର୍ଯ୍ୟ କରିଥାଏ
ଲୋକମାନଙ୍କୁ କିଛି ଓଜନ ହରାଇବା ପାଇଁ ସହାୟତା କରିପାରେ
ବେଳେବେଳେ ଏହା ଗୁପ୍ତାଙ୍ଗରେ ଛତୁ ସମ୍ବନ୍ଧୀୟ ସଂକ୍ରମଣ ବା ଫୁଙ୍ଗାଲ ଇନଫେକ୍ସନର କାରଣ ହୋଇପାରେ
ହାଇପୋଗ୍ଲାଇସେମିଆ ହେଉଛି ଏକ ଅବସ୍ଥା ଯାହାର ବିଶେଷତ୍ୱ ହେଉଛି ଅସ୍ୱାଭାବିକ ନିମ୍ନ ରକ୍ତ ଶର୍କରା ସ୍ତର, ସାଧାରଣତଃ 70 ଏମ୍ଜି/ଡିଏଲ୍ରୁ କମ୍ ହୋଇଥାଏ ।
ଏହା ଘଟିପାରେ ଯଦି ଆପଣ:
ଅବଶ୍ୟ, ଆପଣଙ୍କ ବ୍ୟକ୍ତିଗତ ରକ୍ତ ଶର୍କରା ଟାର୍ଗେଟ୍, କେଉଁ ସ୍ତର ଆପଣଙ୍କ ପାଇଁ ବହୁତ କମ୍ ସେ ବିଷୟରେ ଆପଣଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ କଥା ହେବା ଗୁରୁତ୍ୱପୂର୍ଣ୍ଣ ।
ଯେତେବେଳେ ଆପଣଙ୍କ ନିମ୍ନ ରକ୍ତ ଶର୍କରା ରହିଥାଏ ପ୍ରଥମେ, ଶୀଘ୍ର କାର୍ଯ୍ୟ କରୁଥିବା ଶ୍ୱେତସାର ଖାଆନ୍ତୁ କିମ୍ବା ପିଅନ୍ତୁ, ଯେପରିକି:
ଯଦି ଆପଣଙ୍କର ନିମ୍ନ ରକ୍ତ ଶର୍କରା ସମସ୍ୟା ରହିଥାଏ, ଯଥାଶୀଘ୍ର ଶୀଘ୍ର କାର୍ଯ୍ୟକାରୀ ଚିନି ସଦୃଶ ଖାଦ୍ୟ 15 ଗ୍ରା ଖାଆନ୍ତୁ କିମ୍ବା ପିଅନ୍ତୁ, ଯେପରିକି;
ନକଚୁରନାଲ ହାଇପୋଗ୍ଲାଇସେମିଆ କିମ୍ବା ରାତିରେ ହାଇପୋ ସେହି ଲୋକମାନଙ୍କ ଠାରେ ସାଧାରଣ ଅଟେ ଯେଉଁମାନେ ଇନସୁଲି ସହିତ ସେମାନଙ୍କର ଡାଏବେଟିକୁ ଚିକିତ୍ସା କରିଥାନ୍ତି । ହାଇପୋରୁ ଉଠିବା ପରେ ଲକ୍ଷଣଗୁଡିକ ସାଧାରଣତଃ କେବଳ ଅନୁଭବ କରାଯାଇଥାଏ ।
ସେଗୁଡିକର ପ୍ରକୃତି କାରଣରୁ, ଆପଣ ସାଧାରଣତଃ କେବଳ ହାଇପୋରୁ ଉଠିବା ପରେ ରାତିରେ ହାଇପୋ ରହିଥିବା ଜାଣିବାକୁ ପାଇଥାନ୍ତି ।
ସେଥିପାଇଁ ଲୋକମାନେ ସେମାନଙ୍କର ରାତିରେ ହାଇପୋ ରହିଥିବା ବିଷୟରେ ଅବଗତ ମଧ୍ୟ ହୋଇନପାରନ୍ତି, ତେଣୁ ନକଚୁରନାଲ ହାଇପୋଗ୍ଲାଇସେମିଆ ହେବା ବେଳେ ଏହାର ଚିହ୍ନ ଓ ଲକ୍ଷଣଗୁଡିକ ନିର୍ଣ୍ଣୟ କରିବାକୁ ସମର୍ଥ ହେବା ଉପଯୋଗୀ ହୋଇଥାଏ ।
ଇନସୁଲି ବ୍ୟବହାରକାରୀମାନଙ୍କ କ୍ଷେତ୍ରରେ ନକଚୁରନାଲ ହାଇପୋଗ୍ଲାଇସେମିଆ ସର୍ବାଧିକ ସାଧାରଣ ଅଟେ, ଏହା ପାଟିରେ ଡାଏବେଟି ନିରୋଧି ଔଷଧ ଗ୍ରହଣ କରୁଥିବା ଲୋକମାନଙ୍କ ସହିତ ଏହା ମଧ୍ୟ ଘଟିପାରେ ।
ବେଳେବେଳେ ଆପଣ ଏକ ନକଚୁରନାଲ ହାଇପୋଗ୍ଲାଇସେମିଆ ଘଟଣା ଘଟିବା ସମୟରେ ନିଦରୁ ଉଠି ଯାଇପାରନ୍ତି ।
ଅବଶ୍ୟ, ଯଦି ଆପଣ ଉଠିବେ ନାହିଁ, ଆପଣ ଆପଣ ଶୋଇଥିବା ବେଳେ ହାଇପୋଗ୍ଲାଇସେମିଆ ଘଟିଥାଇପାରେ ବୋଲି ଆପଣ ନିମ୍ନଲିଖିତ ସଙ୍କେତଗୁଡିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଦେଖିପାରନ୍ତି ।
ଡାଏବେଟି ରହିଥିବା ପିଲାମାନଙ୍କର ପିତାମାତାଙ୍କ ପାଇଁ, ନକଚୁରନାଲ ହାଇପୋଗ୍ଲାଇସେମିଆ ବିଶେଷକରି ଉଦବେଗ ଦୁଶ୍ଚିନ୍ତାର କାରଣ ହୋଇପାରେ ।
ଡାଏବେଟି ରୋଗରେ ପୀଡିତ ପିଲାମାନଙ୍କର ପିତାମାତାମାନେ ସେମାନଙ୍କ ପିଲା ଶୋଇଥିବା ବେଳେ ତା’ର ବେକ ଯାଞ୍ଚ କରିବାକୁ ଇଚ୍ଛା କରିପାରନ୍ତି ଯଦି ସେମାନେ ବ୍ୟସ୍ତ ହୁଅନ୍ତି ଯେ ରାତିରେ ହାଇପୋଗ୍ଲାଇସେମିଆ ଘଟିଥାଇପାରେ ।